ଭୁବନେଶ୍ୱରରୁ ନିଖୋଜ ଦୁଇ ଛାତ୍ର ଟିଟିଲାଗଡ଼ରୁ ଉଦ୍ଧାର

ଗତକାଲି ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରୁ ନିଖୋଜ ଥିବା ଦୁଇ ଛାତ୍ର ଟିଟିଲାଗଡ଼ରୁ ଉଦ୍ଧାର ହୋଇଛନ୍ତି।

କୌଣସିମତ୍ତେ ଖସି ଆସି ପରିବାର ଲୋକଙ୍କୁ ଦେଲେ ଖବର

ଭୁବନେଶ୍ବର : ଗତକାଲି ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରୁ ନିଖୋଜ ଥିବା ଦୁଇ ଛାତ୍ର ଟିଟିଲାଗଡ଼ରୁ ଉଦ୍ଧାର ହୋଇଛନ୍ତି। ଦୁଇ ନାବାଳକ ଛାତ୍ରଙ୍କୁ ଅଚେତ କରି ଅପହରଣ କରି ନେଇଥିଲେ। କୌଣସି ପ୍ରକାରେ ଦୁଇ ଛାତ୍ର ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇ ଘରକୁ ଖବର ଦେବା ପରେ ପରିବାର ଲୋକେ ତୁରନ୍ତ ଚନ୍ଦକା ଥାନାରେ ଖବର ଦେଇଥିଲେ। ସେମାନଙ୍କୁ ଭୁବନେଶ୍ୱର ଫେରାଇ ଆଣିବା ପାଇଁ ଭୁବନେଶ୍ବରରୁ ପୁଲିସର ଏକ ଟିମ୍ ଯାଇଛି।

ଚନ୍ଦକା ଥାନା ଅନ୍ତର୍ଗତ ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇ ନାବାଳକ ଛାତ୍ର ନିଖୋଜ ହୋଇଯାଇଥିଲେ। ନିଖୋଜ ଦୁଇ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର, ସେମାନେ ଦଶମ ଶ୍ରେଣୀରେ ପଢୁଥିଲେ। ମଙ୍ଗଳବାର ସେମାନେ ସ୍କୁଲଯାଇ ଘରକୁ ଫେରିନଥିବା ଅଭିଯୋଗ ହୋଇଥିଲା। ଏହା ସହ ଗାଡ଼ିର ଅଟୋ ଚାଳକ ନିଖୋଜ ଥିବା ଦେଖିବାକୁ ପାଇଥିଲେ। ଅଭିଭାବକଙ୍କ ଅଭିଯୋଗ ପରେ ଚନ୍ଦକା ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଧିକ ତଦନ୍ତ ପରେ ନିଖୋଜର କାରଣ ଜଣା ପଡିବ।