ଅଙ୍ଗନବାଡ଼ିରେ ଛାତ ପ୍ଲାଷ୍ଟର ଖସି ୬ ଆହତ: ଅଙ୍ଗନୱାଡି କର୍ମୀ ଗୁରୁତର

ଅନୁଗୁଳ ଜିଲ୍ଲାରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ୬ ଆହତ ହୋଇଛନ୍ତି।

ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ୬ ଆହତ ହୋଇଛନ୍ତି। ଜଣେ ଅଙ୍ଗନବାଡ଼ି ଦିଦି ସମେତ ୬ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଅଙ୍ଗନୱାଡି ଦିଦି ଗୁରୁତର ଅବସ୍ଥାରେ ଅଛନ୍ତି। ଦିଦିଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି। ବଇଣ୍ଡା ଥାନା ଝିଲିମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଏଭଳି ଅଘଟଣ ଘଟିଛି।

ସୂଚନାଯୋଗ୍ୟ, ଅଙ୍ଗନବାଡ଼ି କର୍ମୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ନେଉଥିବା ବେଳେ ଝିଲିମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ସିମେଣ୍ଟ ପ୍ଲାଷ୍ଟରର କିଛି ଅଂଶ ଖସି ପଡ଼ିଥିଲା। ଏହି ଘଟଣା ପରେ ଅଙ୍ଗନବାଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ତେବେ ଛାତ୍ରଛାତ୍ରୀମାନେ ଆଘାତ ପାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କିଛି ସ୍ଥାନୀୟ ଲୋକ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।