ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ୍ କଲେ ସୁପ୍ରିମକୋର୍ଟ କଲେଜିୟମ

କଟକ: ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି। ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ୍ କଲେ ସୁପ୍ରିମକୋର୍ଟ କଲେଜିୟମ। ୨୦୨୨ ଜୁନ୍ ୧୦ ତାରିଖରୁ ସେ ଓଡ଼ିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।

ଡକ୍ଟର ଜଷ୍ଟିସ୍ ଏସ୍ ମୁରଲୀଧରଙ୍କ ଅବସର ପରେ ୨୦୨୩ ଅଗଷ୍ଟ ମାସରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ହେବେ। ଜଷ୍ଟିସ ଶୁଭାଶିଷ ତାଳପାତ୍ର ୧୫ ନଭେମ୍ବର ୨୦୧୧ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ ଏବଂ ୨୦୧୩ ରେ ତ୍ରିପୁରା ରାଜ୍ୟ ପାଇଁ ଏକ ପୃଥକ ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ହେବା ପରେ ସେ ତ୍ରିପୁରା ହାଇକୋର୍ଟକୁ ତାଙ୍କର ମୂଳ ହାଇକୋର୍ଟ ଭାବରେ ବାଛିଥିଲେ ।