ଟଳିଲା ବାଲେଶ୍ୱରରେ ପୁଣି ଏକ ବଡ ରେଳ ଦୁର୍ଘଟଣା

ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ମେମୁ ଟ୍ରେନରେ ହୋଇଥାନ୍ତା ଦୁର୍ଘଟଣା।

ଲୋକୋ-ପାଇଲଟଙ୍କ ଯୋଗୁଁ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ

ଭଦ୍ରକ: ରାଜ୍ୟରେ ଏକ ବଡ ରେଳ ଦୁର୍ଘଟଣା ଟଳିଲା। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି। ଟ୍ରେନଟି ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିଲା।

ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ମେମୁ ଟ୍ରେନଟି ନୀଳଗିରି ରୋଡ୍ ଷ୍ଟେସନ୍ ଆଡ଼କୁ ଆସୁଥିବା ବେଳେ ଟ୍ରାକରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଲୁପ୍ ଲାଇନରେ ପଶିଯାଇଥିଲା। ଡ୍ରାଇଭର ଏହି ତ୍ରୁଟି ଅନୁଭବ କରିବାରୁ ସେ ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଇ ସିଗନାଲ୍ ପୋଷ୍ଟକୁ ଖବର ଦେଇଥିଲେ। ଟ୍ରାକ୍ ତ୍ରୁଟିର ସମାଧାନ ହେବା ପରେ ସେ ଟ୍ରେନକୁ ଲୁପ୍ ଲାଇନରୁ ମୁଖ୍ୟ ଟ୍ରାକକୁ ଫେରାଇ ଆଣିବା ପାଇଁ ଟ୍ରେନ୍ ର ଗତିକୁ ବଦଳାଇ ଦେଇଥିଲେ। ପୁଣି ଥରେ ମୁଖ୍ୟ ଟ୍ରାକରେ ଟ୍ରେନକୁ ସଫଳତାର ସହ ନେବା ପରେ ସେ ବାଲେଶ୍ୱର ଅଭିମୁଖେ ଯାତ୍ରା କରି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।
ଏ ନେଇ ଷ୍ଟେସନ ମାଷ୍ଟର ଓ ଟୋକନ ପୋର୍ଟରଙ୍କୁ ଖଡଗପୁର ଡିଭିଜନ ଅଫିସକୁ ଡକା ଯାଇଛି। କାହିଁକି ଓ କାହା ଅବହେଳାରରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ଖୋଳତାଡ଼ କରାଯିବ।