ସରିଲା ରଥଯାତ୍ରା, ସଂକ୍ରମଣ ବଢିବା ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ସରିଛି ରଥଯାତ୍ରା, ବଢ଼ିପାରେ ସଂକ୍ରମଣ । ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ ତେଣୁ ତାକୁ ନଜର ରଖାଯାଇଛି । କମ୍ୟୁନିଟିରେ ମଧ୍ୟ ପଜିଟିଭିଟି କେସ୍‌ ରହିଛି  ତେଣୁ ବିଭିନ୍ନ ଜିଲ୍ଲାରେ କଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀରଗତିରେ ସଂକ୍ରମଣ ବଢୁଛି । ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ । କେତେ ବଢୁଛି, ବଢିବାର ଆକାର କଣ ? ଓ ଏହାର ଫାଟାଲିଟି କେତେ ଏହା ଉପରେ ଆମେ ସମ୍ପୂର୍ଣ୍ଣ ନଜର ରଖିଛୁ  । ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଛି । ତେଣୁ ବେଶୀ ଅନୁସାଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହା ପ୍ରଭାବ ପକାଉଛି  । ତେଣୁ ସେମାନେ ସଚେତନ ରହିବା ନିହାତି ଆବଶ୍ୟକ ।