ବିନା ୱାଗନରେ ଗଡିଲା ଇଞ୍ଜିନ 

ସୋରୋ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଇଞ୍ଜିନ୍ ଓ୍ଵାଗନକୁ ଛାଡି ଗଡି ଯାଇଥିଲା।

୨ କି.ମି. ଯାଏ ଗଡିଗଲା

ବାଲେଶ୍ୱର: ଶନିବାର ସୋରୋ ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଇଞ୍ଜିନ୍ ଓ୍ଵାଗନକୁ ଛାଡି ଦୁଇ କିଲୋମିଟର ପର୍ଯ୍ୟନ୍ତ ଗଡି ଯାଇଥିଲା।

ରିପୋର୍ଟ ଅନୁଯାୟୀ, ଧାମରାରୁ ବାହାରିଥିବା ଟ୍ରେନଟି ସୋରୋ ରେଳ ଷ୍ଟେସନରେ ୱାଗନ ନନେଇ ଗଡିଥିଲା। ଟ୍ରେନ କର୍ତ୍ତୃପକ୍ଷ କିଛି ଅସୁବିଧା ଦେଖି ଟ୍ରେନ୍ ଅଟକାଇବା ପରେ ଜଣା ପଡିଥିଲା ଯେ ୱାଗନକୁ ପଛରେ ଛାଡ଼ି ଏହା ଦୁଇ କିଲୋମିଟର ପର୍ଯ୍ୟନ୍ତ ଚାଲି ଯାଇଥିଲା। ୨୫ ମିନିଟ୍ ପରେ ଓ୍ଵାଗନ୍ ଗୁଡ଼ିକ ଇଞ୍ଜିନ୍ ସହ ପୁନର୍ବାର ଯୋଡ଼ି ହେବା ପରେ ଟ୍ରେନ୍ ଯାଇଥିଲା।