ଗଞ୍ଜେଇ ବେପାରୀଙ୍କ ଆକ୍ରମଣରେ ଅବକାରୀ ଇନ୍ସପେକ୍ଟର ଓ କନଷ୍ଟେବଳ ଗୁରୁତର

କୋଟପାଡ ଥାନା ଅନ୍ତର୍ଗତ ଘୋଡ଼ାଘାଟ ଅଞ୍ଚଳରେ ଗଞ୍ଜେଇ ବ୍ୟବସାୟୀଙ୍କ ଆକ୍ରମଣରେ ଅବକାରୀ ଇନ୍ସପେକ୍ଟର ଓ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି।

ଓଡିଶାରୁ ଛତିଶଗଡ ଗଞ୍ଜେଇ ଚାଲାଣ ବେଳେ ଚଢାଉ

କୋରାପୁଟ: ଗତକାଲି ରାତିରେ କୋଟପାଡ ଥାନା ଅନ୍ତର୍ଗତ ଘୋଡ଼ାଘାଟ ଅଞ୍ଚଳରେ ଗଞ୍ଜେଇ ବ୍ୟବସାୟୀଙ୍କ ଆକ୍ରମଣରେ ଅବକାରୀ ଇନ୍ସପେକ୍ଟର ଦୁର୍ବଦ ବିଶ୍ୱାଳ ଓ କନଷ୍ଟେବଳ ମେଘନାଦ ଶବର ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଓଡ଼ିଶାରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ୩ଟି ଏସ୍ୟୁଭିକୁ ଜବତ କରିବା ବେଳେ ଗଞ୍ଜେଇ ବେପାରୀମାନେ ଧାରୁଆ ଅସ୍ତ୍ରରେ ଅବକାରୀ ଟିମ୍ ଉପରେ ଆକ୍ରମଣ କରି ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉକ୍ତ ଅବକାରୀ ଟିମଙ୍କୁ ଗୁରୁତର ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ପୁଲିସ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି।