ସୁନ୍ଦରଗଡ଼ରୁ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ

ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ।

୩ଟି ଚାରିଚକିଆ ଯାନ ଜବତ କରିଛି ପୋଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ। ଲୁଟେରାମାନେ ଟେଲିଭିଜନ, ସୋଲାର ପ୍ୟାନେଲ ଓ ଇନଭର୍ଟର ଇତ୍ୟାଦି ଚୋରି କରୁଥିଲେ, ଯାହାକି ବିଭିନ୍ନ ସ୍କୁଲ, କାର୍ଯ୍ୟାଳୟ ଆଦିରୁ ଏହି ସାମଗ୍ରୀ ଚୋରି ହୋଇଥିଲା। ସେମାନଙ୍କ ଠାରୁ ୩ଟି ଚାରିଚକିଆ ଯାନ ପୁଲିସ ଜବତ କରିଛି। ଦୁଇ ବର୍ଷରୁ ଅଧିକ ସମୟ ଧରି ଏଭଳି ଚୋରି ଚାଲିଥିବା ବେଳେ ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ। ତେବେ ଏ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।