ରୁଷିଆ ସହ ଜଡିତ ବ୍ୟାଙ୍କର ଜାତୀୟକରଣକୁ ମଞ୍ଜୁରୀ ଦେଲା ୟୁକ୍ରେନ

ୟୁକ୍ରେନ ସରକାର ରୁଷିଆ ସହ ଜଡିତ ସେନ୍ସ ବ୍ୟାଙ୍କକୁ ବଜାରରୁ ପ୍ରତ୍ୟାହାର କରି ଏହାକୁ ଜାତୀୟକରଣ କରିବା ପାଇଁ ମଞ୍ଜୁରି ଦେଇଛନ୍ତି।

ନ୍ୟାସନାଲ ବ୍ୟାଙ୍କ ଅଫ୍ ୟୁକ୍ରେନର ପ୍ରସ୍ତାବକୁ ମଞ୍ଜୁରୀ

କିଭ୍: ୟୁକ୍ରେନ ସରକାର ରୁଷିଆ ସହ ଜଡିତ ସେନ୍ସ ବ୍ୟାଙ୍କକୁ ବଜାରରୁ ପ୍ରତ୍ୟାହାର କରି ଏହାକୁ ଜାତୀୟକରଣ କରିବା ପାଇଁ ମଞ୍ଜୁରି ଦେଇଛନ୍ତି। ବ୍ୟାଙ୍କର ଜାତୀୟକରଣ ପ୍ରକ୍ରିୟା, ନୂତନ ପରିଚାଳନା ନିଯୁକ୍ତ ସହିତ ଏହାର ସୁରୁଖୁରୁରେ ପରିଚାଳନା ପାଇଁ ଯଥାଶୀଘ୍ର ସୁନିଶ୍ଚିତ କରାଯିବ ବୋଲି ଶୁକ୍ରବାର ୟୁକ୍ରେନ ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ନ୍ୟାସନାଲ ବ୍ୟାଙ୍କ ଅଫ୍ ୟୁକ୍ରେନ (ଏନବିୟୁ) ବ୍ୟାଙ୍କକୁ ଜାତୀୟକରଣ କରିବାକୁ ପ୍ରସ୍ତାବ ଦେବା ପରେ ୟୁକ୍ରେନ ସରକାର ଏହି ପ୍ରସ୍ତାବ ଗୃହୀତ କରିଥିଲେ। ୟୁକ୍ରେନ ସଙ୍କଟ କାରଣରୁ ୟୁକ୍ରେନ ରୁଷୀୟ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା ।