ହୀରାକୁଦରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ହୀରାକୁଦରୁ ଆଜି ସକାଳ ୯ଟାରେ ନିଷ୍କାସିତ ହୋଇଛି ପ୍ରଥମ ପର୍ଯ୍ୟାୟ ବନ୍ୟା ଜଳ

ଡ୍ୟାମର ୫ଟି ଗେଟ୍ ଖୋଲାଯାଇଛି

ସମ୍ବଲପୁର: ହୀରାକୁଦରୁ ଆଜି ସକାଳ ୯ଟାରେ ନିଷ୍କାସିତ ହୋଇଛି ପ୍ରଥମ ପର୍ଯ୍ୟାୟ ବନ୍ୟା ଜଳ । ପ୍ରଥମେ ଡ୍ୟାମର ସ୍ଲୁଇସ୍ ଗେଟ୍ ନଂ-୭ ଖୋଲାଯାଇଥିଲା, ପରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା । ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇ ତଳିଆ ଅଂଚଳରେ ଜଳମଗ୍ନ ହେବା ନେଇ କର୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ଛତିଶଗଡରୁ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ହୀରାକୁଦରୁ ପାଣି ଛାଡିବାକୁ ନିଷ୍ପତି ନିଆଯାଇଛି ।