ଭାରତ ଆସିଥିବା ପାକ୍ ମହିଳାଙ୍କର ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ

ବିନା ଭିସାରେ ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର୍ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତିା

ରାଷ୍ଟ୍ରପତିଙ୍କଠାରୁ ମୌଖିକ ଶୁଣାଣି ପାଇଁ ଅନୁରୋଧ

ନୂଆଦିଲ୍ଲୀ: ୨୦୧୯ରେ ଅନଲାଇନ୍ ଗେମ୍ ପବଜି ଖେଳୁଥିବା ବେଳେ ପ୍ରେମିକ ସଚିନ୍ ମୀନାଙ୍କ ସହ ବିନା ଭିସାରେ ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର୍ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି । ସୀମା ହାଇଦର ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ତାଙ୍କୁ ତାଙ୍କ ୪ ସନ୍ତାନଙ୍କ ସହ ଗ୍ରେଟର ନୋଏଡାରେ ତାଙ୍କ ଶାଶୁ ଘରେ ରହିବାକୁ ଅନୁମତି ଦିଆଯାଉ । ଏବଂ ରାଷ୍ଟ୍ରପତିଙ୍କଠାରୁ ମୌଖିକ ଶୁଣାଣି ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।
ସେହିପରି ହାଇଦରଙ୍କ ଓକିଲ ଏପି ସିଂହ ଦାଖଲ କରିଥିବା ୩୮ ପୃଷ୍ଠାର ଏହି ପିଟିସନରେ ସେମାନଙ୍କ ଯୁକ୍ତିକୁ ସମର୍ଥନ କରି କହିଛନ୍ତି, ହାଇଦରଙ୍କୁ ତାଙ୍କ ସ୍ୱାମୀଙ୍କ ଘରେ ରହିବାକୁ ଅନୁମତି ଦିଆଯାଉ । କାରଣ ଭାରତୀୟ ସଂସ୍କୃତିର ଉଦ୍ଦେଶ୍ୟ ବଂଚିବା ଏବଂ ବସୁଧୈବ କୁଟୁମ୍ବକମ୍ । ଏହା ସହ ଶ୍ରୀ ମୀନାଙ୍କୁ ବିବାହ କରିବା ପୂର୍ବରୁ ସୀମା ଭାରତ ଆସିବା ପାଇଁ ଭିସା ଆବେଦନ କରିଥିଲେ. କିନ୍ତୁ ତାଙ୍କୁ ଭିସା ନମିଳିବାରୁ ନେପାଳ ଭିସା ଦେଇ ସେ ନେପାଳର କାଠମାଣ୍ଡୁରେ ଥିବା ପଶୁପତିନାଥ ମନ୍ଦିରରେ ଇସଲାମ ଧର୍ମରୁ ହିନ୍ଦୁ ଧର୍ମରେ ପରିଣତ କରି ହିନ୍ଦୁ ରୀତିନୀତି ଅନୁଯାୟୀ, ସଚିନଙ୍କ ସହ ବିବାହ କରିଥିଲେ । ଏହା ବ୍ୟତୀତ ଅନେକ ସେଲିବ୍ରିଟିଙ୍କୁ ଅନ୍ୟ ଦେଶର ନାଗରିକତା ମିଳିଥିବା ବେଳେ ସେମାନେ କିନ୍ତୁ ଭାରତରେ ରହୁଛନ୍ତି ।