କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କୀୟଙ୍କଠାରୁ ଲାଂଚ ମାଗି ଦିଲ୍ଲୀର ୩ ପୋଲିସ ନିଲମ୍ବିତ

କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କୀୟଙ୍କଠାରୁ ଲାଂଚ ମାଗିବା ଅଭିଯୋଗରେ ଦିଲ୍ଲୀର ଜଣେ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଂଟ ସବ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି

ଲାଂଚ ମାଗିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଜଣେ ରାଜନେତା ତଥା କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କୀୟଙ୍କଠାରୁ ଲାଂଚ ମାଗିବା ଅଭିଯୋଗରେ ଦିଲ୍ଲୀର ଜଣେ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଂଟ ସବ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଅରୁଣାଂଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଅଭିଯୋଗ ପାଇବା ପରେ ଦିଲ୍ଲୀ ଡିସିପି ସଞ୍ଜୟ ସାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିଲମ୍ବିତ ଅଧିକାରୀ ହେଲେ ଇନ୍ସପେକ୍‌ଟର ଗିରୀଶ୍ ଜୈନ୍‌, ଏସ୍‌ଆଇ ଅଖିଳ କୁମାର ଓ ଏଏସ୍‌ଆଇ ରାକେଶଙ୍କୁ ନିଲମ୍ବିତ କରାଯାଇଛି । ଏ ନେଇ ଜୁଲାଇ ୨୧ରେ ନିଲମ୍ବନ ଆଦେଶ ଜାରି ହୋଇଥିଲା । ନିଲମ୍ବିତ ଅବଧିରେ ଅଧାବେତନର ଜୀବିକା ଭତା ସହିତ ଦରମା ଆକାରରେ ମହଙ୍ଗା ଭତା ଏବଂ ଅନ୍ୟାନ୍ୟ ସାଧାରଣ ଭତା ପାଇବେ । ଯଦି ନିଲମ୍ବନ ଅବଧି ୩ ମାସରୁ ଅଧ୍ଚଳ ହୁଏ, ତେବେ ସେମାନଙ୍କ ଭତା ସମୀକ୍ଷା କରାଯିବ । ସେହିପରି ୟୁନିଫର୍ମ ଦୋକାନରେ ଓ ପରିଚୟପତ୍ର ବ୍ରାଂଚରେ ଜମା କରିବେ । ଏହାସହ ମୁଖ୍ୟାଳୟ ନଛାଡିବାକୁ ଚେତାବନୀ ଦିଆଯାଇଛି ।