ବନ୍ଦ ଘରୁ ଡାକ୍ତରଙ୍କ ଗଳିତ ଶବ ଉଦ୍ଧାର

କଟକ ଚାଉଳିଆଗଞ୍ଜର ଗୋଟିଏ ଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି

୩ ଦିନ ପୂର୍ବେ ମୃତ୍ୟୁ ହୋଇଥିବା ସନ୍ଦେହ

କଟକ: କଟକ ଚାଉଳିଆଗଞ୍ଜର ଗୋଟିଏ ଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ କୋଠରୀରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀମାନେ ଅଭିଯୋଗ କରିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମୃତକ ଜଣକ ହେଉଛନ୍ତି ଡାକ୍ତର ମଲାଡି ଭେଙ୍କଟ ଚନ୍ଦ୍ରଶେଖର(୫୫)। ଗତ ୩ ଦିନ ହେଲା ସେ କାମକୁ ଯାଇନଥିଲେ ଏବଂ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି। ତେବେ ମୃତକଙ୍କ ଆଧାର କାର୍ଡରେ ଥିବା ଠିକଣା ସେ ବହୁ ପୂର୍ବରୁ ଭଡ଼ା ନେଇଥିବା ଆଉ ଏକ ଘରର। ଫଳରେ ପୁଲିସ ଏପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରିନାହିଁ।