ରାଜଧାନୀରେ ଡେଙ୍ଗୁ ନେଲା ପ୍ରଥମ ଜୀବନ 

ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଜଣେ ନାବାଳିକାଙ୍କ ଡେଙ୍ଗୁରେ ମୃତ୍ୟୁ ଘଟିଛି।

ୱାର୍ଡ଼-୬୩ରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ବର: ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଜଣେ ନାବାଳିକାଙ୍କ ଡେଙ୍ଗୁରେ ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱର ମହାନଗର ନିଗମର ୬୩ ନମ୍ବର ୱାର୍ଡର ଧର୍ମବିହାର ଅଞ୍ଚଳର ଜଣେ ୭ ବର୍ଷର ନାବାଳିକା ବୋଲି ଜଣାପଡ଼ିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏ ନେଇ ୱାର୍ଡ ନଂ-୬୩ର କର୍ପୋରେଟର ସୁଜାତା ଛୋଟରାୟ କହିଛନ୍ତି, ଡେଙ୍ଗୁ ପାଇଁ ସଚେତନତା ସୃଷ୍ଟି କରିବାକୁ ସାନିଟାରୀ ଇନ୍ସପେକ୍ଟର ୱାର୍ଡ଼ ପରିଦର୍ଶନ କରୁଛନ୍ତି। କିନ୍ତୁ ଲୋକମାନେ ତାକୁ ଠିକ ଭାବରେ ମାନୁ ନାହାନ୍ତି। ତେବେ ଡେଙ୍ଗୁ ମୃତ୍ୟୁ ଅଭିଯୋଗରେ ବିଏମ୍ସି କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।