ରେଳଧାରଣାରୁ ମିଳିଲା ଦମ୍ପତିଙ୍କ କ୍ଷତବିକ୍ଷତ ମୃତଦେହ

ଭୁବନେଶ୍ୱର ବମିଖାଲ ନିକଟ ରେଳଧାରଣାରୁ ଜଣେ ଦମ୍ପତିଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି ।

ଆର୍ଥିକ ସମସ୍ୟାରୁ ଆତ୍ମହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ନିକଟ ରେଳଧାରଣାରୁ ଜଣେ ଦମ୍ପତିଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି । ମୃତ ଦମ୍ପତି ହେଉଛନ୍ତି କଟକ ଜିଲ୍ଲାର ବାସିନ୍ଦା, କିନ୍ତୁ ସେମାନେ ଭୁବନେଶ୍ୱରର ଶାନ୍ତିପଲ୍ଲୀ ବସ୍ତିରେ ରହୁଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ରେଳଧାରଣା କଡରେ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜିଆରପିର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସୂଚନାନୁଯାୟୀ, ଗତକାଲି ରାତିରେ କୌଣସି କଥାକୁ କେନ୍ଦ୍ରକରି ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିବାରୁ ସେମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଆର୍ଥିକ ସମସ୍ୟା ଥିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବାର ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।