ଆଜି ୪ ଘଂଟା ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।

ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ନିଷେଦ୍ଧ

ପୁରୀ: ଆଜି ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଖସପଡା ନୀତିକାନ୍ତି କରାଯିବ । ଏହା ଦୃଷ୍ଟିରେ ରଖି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଖସପଡା ନୀତି ଶ୍ରୀଜଗନ୍ନାଥଙ୍କ ଗୁପ୍ତ ରୀତିନୀତି ହୋଇଥିବାରୁ ଏହି ସମୟରେ ଦେବଦେବୀଙ୍କ ଦର୍ଶନ ନିଷେଦ୍ଧ ରହିବ । ଅପରାହ୍ନରେ ଭୋଗ ମଣ୍ଡପରେ ଦ୍ୱିତୀୟ ପ୍ରସାଦ ଅର୍ପଣ ପରେ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ ରହିବ ।