ଜ୍ଞାନବାପି ମାମଲା; ଏଏସଆଇ ସର୍ଭେକୁ ୨ ଦିନ ପାଇଁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଜ୍ଞାନବାପି ମସଜିଦର ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସର୍ଭେକୁ ଆସନ୍ତା ୨ ଦିନ ଯାଏ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।

ଜୁଲାଇ ୨୬, ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋକ ଲଗାଯାଇଛି

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦର ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସର୍ଭେକୁ ଆସନ୍ତା ୨ ଦିନ ଯାଏ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଜୁଲାଇ ୨୬ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋକ ଲଗାଯାଇଛି । ମସଜିଦ କମିଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ହୁଜେଫା ଅହମ୍ମଦୀଙ୍କ ଯୁକ୍ତି ଗୁରୁତ୍ୱ ଦେଇ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି । ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ମସଜିଦ ପରିସରରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନାହିଁ । ବର୍ତମାନ କେବଳ ମାପ, ଫଟୋଗ୍ରାଫି ଏବଂ ରାଡାର କାମ ଚାଲିଛି, ଯାହା ମସଜିଦର କୌଣସି କ୍ଷତି କରିବ ନାହିଁ ।
ଉଲ୍ଲେଖଯୋଗ୍ୟ, ଏହି ଜ୍ଞାନବାପି ମସଜିଦର ପରିସରରେ ଥିବା ଏକ କ୍ଷୁଦ୍ର ଜଳଭଣ୍ଡାରରେ ହିନ୍ଦୁ ଧର୍ମାବଲମ୍ବୀମାନେ ଶିବଲିଙ୍ଗ ଥିବା ଦାବି କରିବା ପରେ ଏଠାରେ ଏଏସଆଇ ପକ୍ଷରୁ ସର୍ବେକ୍ଷଣ କାର୍ଯ୍ୟ ଚାଲୁଛି ।