ଲାଂଚ ନେଲେ; ଧରା ପଡିଲେ

ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି

ଲାଂଚ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଆକଟା ଥାନା ଆସିଷ୍ଟାଂଟ ଇନସପେକ୍ଟର(ଏଏସଆଇ) ନବୀନ କୁମାର ଶତପଥୀ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଅଭିଯୋଗକାରୀଙ୍କଠାରୁ ସେ ୮,୦୦୦ ଟଙ୍କା ଲାଂଚ ନେଉଥିଲେ । ପୂର୍ବରୁ କିଆକଟା ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ସମାଧାନ କରିବା ପାଇଁ ସେ ୧୦,୦୦୦ ଟଙ୍କା ଲାଂଚ ମାଗିଥିଲେ କିନ୍ତୁ ୨,୦୦୦ ଟଙ୍କା ପୂର୍ବରୁ ନେଇଥିଲେ । ଆଉ ବାକି ଟଙ୍କା ଆଜି ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କଠାରୁ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇ ୩ଟି ସ୍ଥାନରେ ଚଢାଉ କରାଯାଇଛି ।