ବିଜେଡିର ମିଶ୍ରଣ ପର୍ବ

ନିମାପଡ଼ା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର, ୨୬/୦୭/୨୦୨୩: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ତେରୁଣ୍ଡିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ, ବିଧାୟକଶ୍ରୀ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ, ବିଜୁ ଜନତା ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ୱାଗତ କରିଥିଲେ । ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗ ଦାନ ଫଳରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଜଭୂତ ହେବ ବୋଲି ବିଧାୟକ ଶ୍ରୀ ଦାଶ ଆଶା ପ୍ରକାଶ କରିଥିଲେ ।

ମିଶ୍ରଣ ପର୍ବରେ ଗୁଣନିଧି ସ୍ୱାଇଁ, ବୁଦ୍ଧନାଥ ସ୍ୱାଇଁ, ଲିଙ୍ଗରାଜ ସାହୁ, କାଳନ୍ଦୀ ମଲ୍ଲିକ, ଗଙ୍ଗାଧର ମହାରଣା, ନିରଞ୍ଜନ ମହାପାତ୍ର ବିଜେଡ଼ିରେ ସାମିଲ୍‌ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ତେରୁଣ୍ଡିଆ ଗ୍ରାମପଞ୍ଚାୟତ ସରପଞ୍ଚ ଚିତ୍ତ ନାୟକ, ଚିନ୍ତନ ପ୍ରଧାନ, ଅଜୟ କୁମାର ସ୍ୱାଇଁ, ଅକ୍ଷୟ ବେହେରା ଉପସ୍ଥିତ ଥିଲେ ।