ଓଏସଏସି ପ୍ରଶ୍ନପତ୍ର ଲିକ୍‌: ମାଷ୍ଟରମାଇଣ୍ଡ ଗିରଫ

ଓଏସଏସସି ଜେଇ ସିଭିଲ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡ ସମେତ ଆଉ ୭ ଜଣଙ୍କୁ ବାଲେଶ୍ୱର ପୋଲିସ୍ ଗିରଫ କରିଛି ।

ଅଭିଯୁକ୍ତ ବିହାରରୁ ଗିରଫ

ବାଲେଶ୍ୱର: ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସି) ଅଧିନରେ ଜେଇ ସିଭିଲ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡ ସମେତ ଆଉ ୭ ଜଣଙ୍କୁ ବାଲେଶ୍ୱର ପୋଲିସ୍ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରାଯାଇଛି । ଏହା ପୂର୍ବରୁ ପଶ୍ଚିମବଙ୍ଗର ଦିଘାରୁ ୯ ଜଣଙ୍କୁ ଗିରଫ କରାଯାଇଥିଲା ।
ସୂଚନାନୁସାରେ, ଓଏସଏସସି ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ପ୍ରକାଶ ପାଇବା ପରେ ପୂର୍ବ ନିର୍ଦ୍ଧାରିତ ଅଣୁଯାୟୀ, ଜୁଲାଇ ୧୬ରେ ଅନୁଷ୍ଠିତ ହେବାକୁ ଥିବା ଜେଇ ସିଭିଲ ପରୀକ୍ଷା ବାତିଲ୍ କରାଯାଇଥିଲା । ବାଲେଶ୍ୱର ପୋଲିସ୍ ଆନ୍ତଃରାଜ୍ୟ ଚାକିରି ଠକେଇ ର‌୍ୟାକେଟର ପର୍ଦ୍ଦାଫାଶ କରିବା ସହ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୭ ଜଣଙ୍କୁ ଗିରଫ କରିଛି । କିଛି ଚାକିରୀ ଆଶାୟୀଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରି ପ୍ରଶ୍ନପତ୍ର ପ୍ରଦାନ କରିବା ବେଳେ ଧରା ପଡିଥିଲେ ।