ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସ୍ଥିତ ବ୍ରାହ୍ମଣୀ ନଦୀରେ ଗୁରୁବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ନଦୀକୁ ଟାଣି ନେଇଥିବା ସୂଚନା ମିଳିଛି।

ଏବେ ଯାଏ ବି ନିଖୋଜ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସ୍ଥିତ ବ୍ରାହ୍ମଣୀ ନଦୀରେ ଗୁରୁବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ନଦୀକୁ ଟାଣି ନେଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାନ୍ଥପାଳ ପଞ୍ଚାୟତ ଅନ୍ତର୍ଗତ କୁଲାସାହି ଗାଁରେ। ଅମୂଲ୍ୟ ଦାସ ନାମକ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ କୁମ୍ଭୀର ନଦୀକୁ ଟାଣି ନେଇଥିବା ବେଳେ ନଦୀକୂଳରୁ ବୃଦ୍ଧଙ୍କ ଚପଲ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ସେବା କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ମାନେ ଗାଁରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ଏଯାବତ୍ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ।