ଓଲିଉଡ ଅଭିନେତ୍ରୀଙ୍କୁ ବ୍ଲାକମେଲ

ଓଲିଉଡ ଅଭିନେତ୍ରୀଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ କରିଛନ୍ତି।

ପୁରୁଷବନ୍ଧୁ ପ୍ରଯୋଜକଙ୍କ ନାଁରେ ମାମଲା

ଭୁବନେଶ୍ବର: ଓଲିଉଡ ଅଭିନେତ୍ରୀ ଆଣିଛନ୍ତି ବ୍ଲାକମେଲ ଅଭିଯୋଗ। ପ୍ରଯୋଜକ ଥିବା ତାଙ୍କ ପୁରୁଷ ବନ୍ଧୁ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସୁଟିଂସେଟରେ କୌଣସି କଥାକୁ ନେଇ ଝଗଡା ହେବା ପରେ ଅଭିନେତ୍ରୀ ଜଣଙ୍କ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ମୁତାବକ, ପ୍ରଯୋଜକ ଜଣକ ତାଙ୍କୁ ନାମୀଦାମୀ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିଲେ। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ କରିବା ସହ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କ ପରିବାରକୁ ନିର୍ଯାତନା ଦେଉଥିଲେ। ତେଣୁ ଅଭିନେତ୍ରୀ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀ ସାଗର ଥାନା ପୁଲିସ ଆଇଟି ଆକ୍ଟ ୨୦୦୦ର ଧାରା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪ଏ, ୩୫୪ସି, ୩୮୩, ୪୨୦, ୪୬୮, ୪୯୯, ୫୦୩, ୫୦୬ ଓ ୬୬ ଏ, ୬୬ ଇ, ୬୭, ୬୭ ଏ ରେ ମାମଲା ରୁଜୁ କରିଛି। ତେବେ ୨୦୧୯ରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ୨୦୨୧ରେ ମଧ୍ୟ ଏପରି ଅଭିଯୋଗ ଆଣିଥିଲେ। କିନ୍ତୁ ଆପୋଷ ବୁଝାମଣା କରି ସେତେବେଳେ ସମସ୍ୟା ସମାଧାନ କରିଥିଲେ।