ମଦ ମାଫିଆଙ୍କ ଜୁଲୁମ୍ ରାଜ

ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ମଦ ମାଫିଆ।

ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

କଟକ: ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ମଦ ମାଫିଆ। ଆକ୍ରମଣରେ ଅବକାରୀ ଟିମର ୪ ଜଣ ଅଧିକାରୀ ଆହତ ହୋଇଛନ୍ତି। ଖବର ପାଇ ଖୁଣ୍ଟୁଣୀ ଥାନା ଓ ଅବକାରୀ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଆଠଗଡ଼ ଅବକାରୀ ବିଭାଗ କଟକ ମୋବାଇଲ ସ୍କ୍ୱାଡ୍ ଓ ଫାଇନ୍ ସ୍କ୍ଵାଡ୍ ସହ ଖୁଣ୍ଟୁଣୀ ଅଞ୍ଚଳରେ ଥିବା ଏକ ୟୁନିଟ୍ ଉପରେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ଅବକାରୀ ଟିମ୍ ସେମାନଙ୍କ ଗାଡ଼ିକୁ ରାସ୍ତାରେ ଛାଡ଼ି ଜଙ୍ଗଲ ଭିତରକୁ ଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ମଦ ମାଫିଆମାନେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବା ସହ ଗାଡ଼ିଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି।

କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ଗଣମାଧ୍ୟମକୁ କହିଛନ୍ତି, “ଏଭଳି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ନଥିଲୁ। ତେବେ ମଦ ମାଫିଆମାନେ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଏବଂ ତେଣୁ ଆମେ ଏବେ ଅଧିକ ସତର୍କ ଓ କଠୋର ହେବୁ।”