ଯୁବତୀଙ୍କୁ ଗଣଦୁଷ୍କର୍ମ: ୩ ଅଟକ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ଲିଫ୍ଟ ଦେବେ କହି ଗଣଦୁଷ୍କର୍ମ

ସମ୍ବଲପୁର: ଗନ୍ତବ୍ୟସ୍ଥଳରେ ନେଇ ଛାଡି ଦେବେ କହି ବାଇକରେ ଲିଫ୍ଟ ଦେଲେ। ପରେ ଆଉ ଏକ କାରରେ ନେଇ ଗଣଦୁଷ୍କର୍ମ କଲେ। ଘଟଣାଟି ଘଟିଲାଣି ଦୁଇ ଦିନ ପୂର୍ବରୁ, ହେଲେ ଆଜି ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଏଭଳି ଏକ ଘଟଣା ସାମନାକୁ ଆସିଛି। ଘଟଣାଟି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଘଟିଛି। ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ବୁଧବାର ଦିନ ଯୁବତୀ(୨୧) ଜଣକ କୁଚିଣ୍ଡା ଅଞ୍ଚଳରେ ଥିବା ଟାଙ୍ଗରାମୁଣ୍ଡା ଏସବିଆଇ ଶାଖା ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ସେ ଫେରିବା ପାଇଁ କୌଣସି ଗାଡିକୁ ଅପେକ୍ଷା କରିଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବେ ବୋଲି କହି ଡାକିଲେ। ଯୁବତୀ ଜଣକ ତାଙ୍କ କଥାରେ ବିଶ୍ୱାସ କରି ଯିବା ପରେ ଦୁଇ ଯୁବକ ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ ଏବଂ ପରେ ଆଉ ଏକ କାରରେ ଅନ୍ୟ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ଗୋବିନ୍ଦପୁର ଥାନାରେ ଆଜି ପୀଡ଼ିତାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏହି ଘଟଣାର ତଦନ୍ତ ଡିଏସପି ପାହ୍ୟାର ଅଧିକାରୀ କରୁଛନ୍ତି ବୋଲି କୁଚିଣ୍ଡା ଉପଖଣ୍ଡ ପୁଲିସ ଅଧିକାରୀ (ଏସଡିପିଓ) ଅମିତାଭ ପଣ୍ଡା କହିଛନ୍ତି।