ଭିଜିଲାନ୍ସ ଜାଲରେ ଦଶମନ୍ତପୁର ଆଇଆଇସି ଓ ଏଏସଆଇ

କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଦୀପ୍ତି ହୀରାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଦୀପ୍ତି ହୀରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଇଆଇସି ଓ ଏଏସଆଇ। କୌଣସି ଏକ ମାମଲାରେ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଆଜି ଗିରଫ କରିଛି।

ସୂଚନାନୁସାରେ, ଉଭୟ ଆଇଆଇସି ଓ ଏଏସଆଇ ମୋଟ ୧୩ ହଜାର ଟଙ୍କା ଦାବି କରିଥିବା ବେଳେ ଗତ କିଛି ଦିନ ତଳେ ୫ ହଜାର ଟଙ୍କା ନେଇଥିଲେ ଏବଂ ଆଜି ବାକି ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ସେମାନଙ୍କୁ ଧରିଥିଲା। ଉଭୟଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। କୋରାପୁଟ ଭିଜିଲାନ୍ସ ଥାନାରେ ପିସି ସଂଶୋଧନ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରିଛି।