ଭାଇକୁ ହତ୍ୟା କଲା ଭାଇ

ଗଞ୍ଜାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ତାଙ୍କ ସମ୍ପର୍କୀୟ ଭାଇକୁ ହତ୍ୟା କରିଛି ।

ଜମିଜମା ସମ୍ପର୍କିତ ବିବାଦ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ତାଙ୍କ ସମ୍ପର୍କୀୟ ଭାଇକୁ ହତ୍ୟା କରିଛି । ମୃତକ ଜଣକ ହେଉଛନ୍ତି କୁଲୁ ପ୍ରଧାନ । ଅଭିଯୁକ୍ତଙ୍କ ସହ କୁଲୁଙ୍କର କୌଣସି କାରଣରୁ ଜମିଜମା ସମ୍ପର୍କିତ କଥାକୁ କେନ୍ଦ୍ର କରି ବଚସା ଲାଗିବା ପରେ ଅଭିଯୁକ୍ତ ଉତକ୍ଷିପ୍ତ ହୋଇ କୁଲୁଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ଆକ୍ରମଣରେ କୁଲୁ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଅଟକ ରଖି ହତ୍ୟାକାଣ୍ଡର ତଦନ୍ତ ଚଳାଇଛି ।