ମଣିପୁର ଅଭିମୁଖେ INDIA ଟିମ୍

ମଣିପୁର ସ୍ଥିତି ଅନୁଧ୍ୟାନ କରିବା ପାଇଁ INDIA ଟିମର ପ୍ରମୁଖ ପ୍ରତିନିଧି ଦଳ ମଣିପୁର ଗସ୍ତରେ ବାହାରିଛନ୍ତି ।

ମଣିପୁରରେ ବିଗୁଡୁଛି ସ୍ଥିତି

ମଣିପୁର: ମଣିପୁର ହିଂସା କ୍ରମାଗତ ଭାବରେ ବଢି ଚାଲିଛି । ଥମିବାର ନାଁ ଧରୁନି । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଇତି ମଧ୍ୟରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ୍ ଆଲାଏନ୍ସ(ଇଣ୍ଡିଆ)ର ପ୍ରମୁଖ ପ୍ରତିନିଧି ଦଳ ମଣିପୁର ଗସ୍ତରେ ବାହାରିଛନ୍ତି । ଏହି INDIA ଟିମରେ ୧୬ଟି ଦଳର ୨୧ ଜଣ ସାଂସଦ ଅଛନ୍ତି । ଏ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଆମେ ମଣିପୁର ଯାଉଛୁ । ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ରିଲିଫ୍ ଶିବିର ପରିଦର୍ଶନ କରିବୁ । ଏହା ସହ ରାଜ୍ୟରେ ଶାନ୍ତି ଦରକାର । ତେଣୁ ସରକାର ସେଠାରେ ଶାନ୍ତି ଫେରାଇ ଆଣିବା ଉଚିତ୍ । ଏହି ପ୍ରସଙ୍ଗରେ ରାଜନୀତି ନ କରିବା ଭଲ ।