ଅକ୍ଟୋବରରେ ବ୍ୟାଘ୍ର ଗଣନା

ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବ ଏହି ବ୍ୟାଘ୍ର ଗଣନା ।

ଝାଡଖଣ୍ଡ, ଓଡିଶା, ଛତିଶଗଡ ଓ ତେଲେଙ୍ଗାନାରେ ବାଘ ସଂଖ୍ୟା ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ବାଘଙ୍କ ସଂଖ୍ୟା ଜାଣିବାକୁ ହେବ ବ୍ୟାଘ୍ର ଗଣନା । ଚଳିତ ବର୍ଷ ବ୍ୟାଘ୍ର ଗଣନା ହେବାକୁ ଥିବା ବେଳେ ଆସନ୍ତା ବର୍ଷ ମେ ମାସରେ ହେବ ହାତୀ ଗଣନା । ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବ ଏହି ବ୍ୟାଘ୍ର ଗଣନା । ଏହି ଗଣନା ପ୍ରକ୍ରିୟା ପ୍ରାୟ ଦେଢ ମାସ ଧରି ଚାଲିବ । ଗଣନା ପ୍ରକ୍ରିୟା ଦୁଇଟି ପଦ୍ଧତି ଦ୍ୱାରା ହେବ; ଲାଇନ ର୍ଟାନ୍ସଆକ୍ଟ ଓ କ୍ୟାମେରା ଟ୍ରାପ୍ । ୨୦୧୮ରେ ଶେଷ ଥର ପାଇଁ ବ୍ୟାଘ୍ର ଗଣନା ହୋଇଥିଲା ।
କେନ୍ଦ୍ରୀୟ ଜନଗଣନା ପରିସଂଖ୍ୟାନ ଅନୁଯାୟୀ, ରାଜ୍ୟରେ ୨୦୦୬ରେ ୪୫ଟି ବାଘ ଥିବା ବେଳେ ୨୦୧୬ରେ ୪୦ଟି ବାଘ ଥିଲେ । ସେହିପରି ୨୦୧୮ରେ ବାଘ ସଂଖ୍ୟା ୨୮କୁ ଖସି ଆସିଥିଲା । ତେବେ ଦେଶରେ ବାଘ ସଂରକ୍ଷଣ ପାଇଁ ନ୍ୟାସନାଲ ତାଇଗର କନଜରଭେସନ ଅଥରିଟି ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦିନକୁ ଦିନ ବାଘ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଶିମିଳିପାଳକୁ ଦେଶର ବାଘ ପ୍ରଜନନ ପାଇଁ ଶ୍ରେଷ୍ଠ ସ୍ଥାନ ଭାବେ ଘୋଷଣା କରିଥିବା ବେଳେ ୨,୭୫୦ ବର୍ଗ କିଲୋମିଟର ଅଂଚଳରେ ବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଟିଆର) ୯୦.୧୫ପ୍ରତିଶତ ପରିଚାଳନା ଫଳପ୍ରଦତା ମୂଲ୍ୟାୟନ (ଏମ୍ଇଇ) ସ୍କୋର ସହିତ ୨୦୨୨ରେ ଏମ୍ଇଇ-ଟିଆରର ପଂଚମ ଚକ୍ରରେ ଭାରତର ୧୨ଟି ଉକ୍ରୃଷ୍ଟ ଟିଆର ମଧ୍ୟରୁ ଅନ୍ୟତମ ଭାବେ ସ୍ଥାନ ପାଇଛି । ସେହିପରି ଜାତୀୟତା ଦୃଷ୍ଟିରୁ କେନ୍ଦ୍ରୀୟ ଓ ପୂର୍ବଘାଟ ଅଂଚଳରେ ଝାଡଖଣ୍ଡ, ଓଡିଶା, ଛତିଶଗଡ ଓ ତେଲେଙ୍ଗାନାରେ ବାଘ ସଂଖ୍ୟା ହ୍ରାସ ପାଇଛି ।