ମା’ ଉଗ୍ରତାରା ଶକ୍ତି ପୀଠରୁ ଗହଣା ଚୋରି

ଖୋର୍ଦ୍ଧାର ଟାଙ୍ଗୀରେ ଥିବା ମା' ଉଗ୍ରତାରା ମନ୍ଦିରରୁ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ମନ୍ଦିରର ସିସିଟିଭି ଅଚଳ

ଖୋର୍ଦ୍ଧା: ଖୋର୍ଦ୍ଧାର ଟାଙ୍ଗୀରେ ଥିବା ମା’ ଉଗ୍ରତାରା ଶକ୍ତି ପୀଠରୁ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ଚୋରି ହୋଇଥିବା ଗହଣାରେ ମା’ଙ୍କ ଅଳଙ୍କାର, ହାର ଓ ଅଣ୍ଟା ଚେନ୍ ରହିଛି ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି। ରବିବାର ସକାଳେ ପୂଜକମାନେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଏହି ଚୋରି ଘଟଣା ପଦାକୁ ଆସିଥିଲା। ଦୁର୍ବୃତ୍ତମାନେ ଅଳଙ୍କାର ନେଇ ଫେରାର ହେବା ପୂର୍ବରୁ ସିସିଟିଭି କ୍ୟାମେରାକୁ ଅଚଳ କରିଦେଇଛନ୍ତି। ଟାଙ୍ଗୀ ପୁଲିସ ଏବେ ଏହି ଘଟଣାର ତଦନ୍ତ ଚଳାଇଛି। ସେହିପରି ଗତ କିଛି ଦିନ ତଳେ ୫ ଜଣ ସଚିବ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିରର ଉନ୍ନତି ପାଇଁ ଅନୁଦାନ ମଧ୍ୟ ମଞ୍ଜୁର କରାଯାଇଥିଲା।