ଇସ୍ରୋକୁ ମିଳିଲା ଆଉ ଏକ ସଫଳତା

ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚଝଖଠ-ଉ୫୬ ରକେଟର ସଫଳ ଉତକ୍ଷେପଣ କରିଛି

PSLV-C56 ରକେଟର ସଫଳ ଉତକ୍ଷେପଣ

ଆନ୍ଧ୍ରପ୍ରଦେଶ: ଇସ୍ରୋକୁ ମିଳିଛି ଆଉ ଏକ ସଫଳତା । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ PSLV-C56 ରକେଟର ସଫଳ ଉତକ୍ଷେପଣ କରିଛି । ସିଙ୍ଗାପୁରର DS-SAR ସମେତ ୭ ସାଟେଲାଇଟ PSLV-C56 ରକେଟ ଉତକ୍ଷେପଣ କରିଛି । PSLV-C56 ହେଉଛି ଭାରତର କମର୍ସିଆଲ୍ ମିଶନ ।
୩୬୦ କିଲୋଗ୍ରାମ ଓଜନର ଏହି ଉପଗ୍ରହକୁ ୫୩୫ କିଲୋମିଟର ଉଚ୍ଚତାରେ ନିଅର-ଇକ୍ୱେଟୋରିଆଲ୍ ଅର୍ବିଟରେ ମୁତୟନ କରାଯିବା ପରେ ସିଙ୍ଗାପୁରର ବିଭିନ୍ନ ଏଜେନ୍ସିର ସାଟେଲାଇଟ୍ ଚିତ୍ର ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟବହାର କରାଯିବ ।