ପିଏମଏଫବିୱାଇରେ ପଞ୍ଜୀକରଣ ଅବଧି ବୃଦ୍ଧି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯୋଜନା ଅଧିନରେ ଓଡିଶାର ଚାଷୀଙ୍କ ପଞ୍ଜୀକରଣ ପାଇଁ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ଖରିଫ୍ ଋତୁ ୨୦୨୩ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯୋଜନା ଅଧିନରେ ଓଡିଶାର ଚାଷୀଙ୍କ ପଞ୍ଜୀକରଣ ପାଇଁ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଖରିଫ୍ ଋତୁ ୨୦୨୩ ପାଇଁ ପଞ୍ଜୀକରଣ ତାରିଖ ଜୁଲାଇ ୨୩ରୁ ଅଗଷ୍ଟ ୫କୁ ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଋଣଧାରୀ ଓ ଅଣଋଣୀ ଚାଷୀମାନେ ବ୍ୟାଙ୍କ/ପ୍ୟାକ୍ସ/ଲ୍ୟାମ୍ପସ, ସିଏସସି, ବୀମା କମ୍ପାନୀର ଏଜେଂଟ ଏବଂ ଏନସିଆଇପି ପୋର୍ଟାଲରେ ସମୟ ସୀମା ପୂର୍ବରୁ ପଞ୍ଜୀକରଣ କରିପାରିବେ । ଓଡିଶା ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ ଏହି ନିଷ୍ପତି ନେଇଛି ।