କଲଭର୍ଟ ଭୁଶୁଡି ୫ ମୃତ

ରାୟଗଡା ଜିଲ୍ଲାରେ ନିର୍ମାଣାଧିନ କଲଭର୍ଟ ଭୁଶୁଡି ପଡିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି

ମୃତକଙ୍କ ପରିଚୟ ଅସ୍ପଷ୍ଟ

ରାୟଗଡା: ରାୟଗଡା ଜିଲ୍ଲା କାଳିଆସିଂହପୁର ତହସିଲ ଅନ୍ତର୍ଗତ ଉପରାସାଜା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ନିର୍ମାଣାଧିନ କଲଭର୍ଟ ଭୁଶୁଡି ପଡିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, କିଛି ଲୋକ ଗାଧୋଇବାକୁ ଯାଉଥିବା ସହ ଆଉ କିଛି ପିଲା ନିର୍ମାଣାଧିନ କଲଭର୍ଟ ତଳେ ଖେଳୁଥିଲେ । ସେହି ସମୟରେ କଲଭର୍ଟଟି ଭୁଶୁଡି ପଡିଥିଲା । ଯାହାଫଳରେ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।