ଭିଜିଲାନ୍ସ ସ୍କାନରରେ ଗଜପତି ଟିଡିସିସିଓଏଲର ପୂର୍ବତନ ଜିଏମ୍

ଭିଜିଲାନ୍ସ ସ୍କାନରରେ ଗଜପତି ଜିଲ୍ଲା ଆର. ଉଦୟଗିରିସ୍ଥିତ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍ (ଟିଡିସିସିଓଏଲ୍‌)ର ପୂର୍ବତନ ଜିଏମ୍ ।

ନଗଦ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ

ଗଜପତି: ଭିଜିଲାନ୍ସ ସ୍କାନରରେ ଗଜପତି ଜିଲ୍ଲା ଆର. ଉଦୟଗିରିସ୍ଥିତ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍ (ଟିଡିସିସିଓଏଲ୍‌)ର ପୂର୍ବତନ ଜିଏମ୍ । ଜିଏମ୍ ରୋହିତ କୁମାର ପରିଡା ଅବସର ପରେ ପୁନଃନିଯୁକ୍ତି ଭିତିରେ କାର୍ଯ୍ୟ କରୁଛନ୍ତି । ସେ କୌଣସି କାରଣ ପାଇଁ ଭୁବନେଶ୍ୱର ଆୁଥିବା ବେଳେ ଚନ୍ଦ୍ରଗିରିଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା । ତାଙ୍କ ନିକଟରୁ ନଗଦ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ ହୋଇଛି । ସେ ଏହି ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ସମସ୍ତ ଟଙ୍କାକୁ ଜବତ କରିବା ସହ ରୋହିତଙ୍କ ଘର ସମେତ ୩ଟି ସ୍ଥାନରେ ଚଢାଉ କରାଯାଇଛି ।