ଜୟପୁର-ମୁମ୍ବାଇ ଟ୍ରେନରେ ଆରପିଏଫ ଯବାନଙ୍କ ଗୁଳିଚାଳନା

ଜୟପୁର-ମୁମ୍ବାଇ ଅଭିମୁଖେ ଯାଉଥିବା ଏକ୍ସପ୍ରେସରେ ଡ୍ୟୁଟିରେ ଥିବା ଜଣେ ଆରପିଏଫ୍ କନେଷ୍ଟବଳ ଗୁଳିଚାଳନା କରିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଜଣେ ଏଏସଆଇ, ୩ ଯାତ୍ରୀ ମୃତ

ମୁମ୍ବାଇ: ଜୟପୁର-ମୁମ୍ବାଇ ଅଭିମୁଖେ ଯାଉଥିବା ଏକ୍ସପ୍ରେସରେ ଡ୍ୟୁଟିରେ ଥିବା ଜଣେ ଆରପିଏଫ୍ କନେଷ୍ଟବଳ ଗୁଳିଚାଳନା କରିବାରୁ ଜଣେ ଆରପିଏଫ ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର ଓ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । କନେଷ୍ଟବଳ ଜଣଙ୍କ ନିଜ ସରକାରୀ ଅସ୍ତ୍ରରେ ଗୁଳି ଚାଳନା କରିଛନ୍ତି । ଘଟଣାସ୍ଥଳରେ ରେଳବାଇ ଅଧିକାରୀ ପହଂଚିଥିଲେ । ଏବଂ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ରେଳବାଇ ପୋଲିସ କମିଶନର ଓ ବରିଷ୍ଠ ଅଧିକାରୀମାନେ ବୋରିଭାଲି ଜିଆରପି ଥାନାରେ ପହଂଚି ଅଭିଯୁକ୍ତକୁ ପଚରାଉଚରା କରିଛି । ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି । ମୃତକଙ୍କ ପରିବାରକୁ ୫.୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ।