ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୪ଟି ନୂତନ ଅଧ୍ୟକ୍ଷ ନିଯୁକ୍ତ

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର,ତା.୧.୮.୨୩: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।

ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ –

ଅନୁଗୁଳ ଜିଲ୍ଲା – ଶ୍ରୀ ସଦାଶିବ ନାୟକ
ବାଲେଶ୍ବର – ଶ୍ରୀ ମଦନ ମୋହନ ମାଝୀ
ବଲାଙ୍ଗୀର – ଶ୍ରୀ ବ୍ରଜମୋହନ ବିଶୋଇ
ବୌଦ୍ଦ – ଶ୍ରୀ ଭଗବାନ କହଁର
ଢେଙ୍କାନାଳ – ଶ୍ରୀ ସୁରେନ୍ଦ୍ର ହେମ୍ବ୍ରମ
ଯାଜପୁର – ଶ୍ରୀ ଲମ୍ବୋଦର ମୁଣ୍ଡା
କଳାହାଣ୍ଡି – ଶ୍ରୀ ଶିବାଜୀ ମାଝୀ
ନୂଆପଡା – ଶ୍ରୀ ଭଗତରାମ ମାଝୀ
ସମ୍ବଲପୁର – ଶୋଭାରାମ ପ୍ରଧାନ
ଦେବଗଡ – ପାଞ୍ଜିଆ ଭୋଇ
ବରଗଡ – ସୁଶୀଳା ଭୋଇ
ଝାରସୁଗୁଡା – ମୋହନ କିଶାନ
ନୟାଗଡ – ଜାନକୀ ଦେହୁରୀ
ଗଞ୍ଜାମ – ବିଦ୍ୟାଧର ଜାନୀ

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।