ବଢ଼ିଲା ହରିଶ୍ଚନ୍ଦ୍ର ସହାୟତା ରାଶି

ପୁରୀ ସ୍ଵର୍ଗଦ୍ଵାରରେ ଶବ ଦାହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି।

ଦାହ ସଂସ୍କାର ସେବକଙ୍କୁ ବୀମାଭୁକ୍ତ

ଭୁବନେଶ୍ବର: ପୁରୀ ସ୍ଵର୍ଗଦ୍ଵାରରେ ଶବ ଦାହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଶବ ଦାହ ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ସ୍ଵର୍ଗଦ୍ଵାର ଆପ୍ ଓ ୱେବସାଇଟ। ଏହା ସହ ଏଣିକି ଶବଦାହ ପାଇଁ ମିଳିବ ୧.୮ କୁଇଣ୍ଟାଲ କାଠ। କାଠ ବୋହିବାକୁ ୭ ପରିବହନ ସେବକ ମଧ୍ୟ ମୁତୟନ ହେବେ। ଦାହ ସଂସ୍କାର ସେବକଙ୍କୁ ବୀମାଭୁକ୍ତ କରାଯିବା ସହ ସେମାନଙ୍କୁ ମୃତ୍ୟୁକାଳୀନ ଓ ବିବାହ ପାଇଁ ଆର୍ଥିକ ସହାୟତା ରାଶି ଯୋଗାଯିବ।

ପୁରୀ ସ୍ବର୍ଗଦ୍ବାରରେ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ମଧ୍ୟ ବୃଦ୍ଧି କରାଯାଇଛି। ସହାୟତା ରାଶି ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସୂଚନା ମିଳିଛି। ସୋମବାର ମଧ୍ୟରାତ୍ରିରୁ ଏହି ନୂଆ ରାଶି ଲାଗୁ ହୋଇଛି।