ଶିମିଳିପାଳରୁ ୮ ବନ୍ୟଜନ୍ତୁ ଚାଲାଣ ବେଳେ ଉଦ୍ଧାର

ଶିମିଳିପାଳ ବନ୍ୟ ଉଦ୍ୟାନରୁ ବନ୍ୟଜନ୍ତୁ ଚାଲାଣ ହେଉଥିବା ବେଳେ ଧରା ପଡିଛି ।

ଗୋଟିଏ ପେଙ୍ଗୁଲିନ୍ ଉଦ୍ଧାର

ମୟୂରଭଞ୍ଜ: ଶିମିଳିପାଳ ବନ୍ୟ ଉଦ୍ୟାନରୁ ବନ୍ୟଜନ୍ତୁ ଚାଲାଣ ହେଉଥିବା ବେଳେ ଧରା ପଡିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ମଚାରୀ, ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ରାଇରଙ୍ଗପୁରରେ ଥିବା ଏକ ଲଜରେ ଚଢାଉ କରି ଏକ ପାଙ୍ଗୋଲିନ୍ ଜବତ କରିବା ସହ ବନ୍ୟ ଜନ୍ତୁ ଚୋରା ଚାଲାଣ ମାମଲାରେ ୮ ଜଣଙ୍କୁ ଗିରଫ କରିଛି । ଲଜରେ କ୍ରେତାମାନଙ୍କ ସହ ବନ୍ୟଜନ୍ତୁ କିଣା ନେଇ ଚୁକ୍ତି କରିବା ସମୟରେ ଏହି ଚଢାଉ କରାଯାଇଥିଲା । ଅଭିଯୁକ୍ତଙ୍କଠାରୁ ଗୋଟିଏ ବୋଲେରୋ ଗାଡି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।