ଜଗତସିଂହପୁର ଆରଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ଜଗତସିଂହପୁର ଜିଲ୍ଲା ଆଇ/ସି ରେଭେନ୍ୟୁ ଇନ୍ସପେକ୍ଟର ନୃସିଂହ ଚରଣ ରାଉତଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।

ଭିଜିଲାନ୍ସ ଜାଲରେ ଫସିଲେ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅଧୀନ ଗୋଦା ଓ ପଦ୍ମପୁର ଆଇ/ସି ରେଭେନ୍ୟୁ ଇନ୍ସପେକ୍ଟର ନୃସିଂହ ଚରଣ ରାଉତ ଛନ୍ଦି ହୋଇଛନ୍ତି ଭିଜିଲାନ୍ସ ଜାଲରେ। ସେ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିବା ସହ ତାଙ୍କ ସପକ୍ଷରେ ତଦନ୍ତ ରିପୋର୍ଟ ଦାଖଲ କରିବା ବେଳେ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ରାଉତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଗିରଫଦାରୀ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ରାଉତଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ ଶ୍ରୀ ରାଉତଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ, ସଂଶୋଧନ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।