ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ କି? ଜାଣନ୍ତୁ କିଛି ଟିପ୍ସ!

ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିଲେ ବି କୋଲେଷ୍ଟ୍ରଲ ବଢିବାରୁ ମେଦବହୁଳତାର ସାମନା କରୁଛନ୍ତି କି? ତାହାଲେ ଦେଖନ୍ତୁ କିଛି ଟିପ୍ସ!

କୋଲେଷ୍ଟ୍ରଲ ପ୍ରତି ଚିନ୍ତିତ ଥିଲେ ଥରେ ନିଶ୍ଚୟ ପଢନ୍ତୁ

ଆଜିକାଲି ଲୋକଙ୍କଠାରେ ମେଦବହୁଳତା ଅନେକାଂଶରେ ଦେଖାଯାଉଛି । ମେଦବହୁଳତାର ଶିକାର ଲୋକେ ମୋଟାପଣ କମେଇବା ପାଇଁ ଖାଦ୍ୟ ଖାଇବା କମେଇ ଦେଉଛନ୍ତି । କିନ୍ତୁ ମେଦବହୁଳତା ଖାଦ୍ୟ ଅଧିକ ଖାଇବା ଦ୍ୱାରା ନୁହେଁ ବରଂ ଖାଦ୍ୟରେ ଥିବା ବ୍ୟାଡ କୋଲେଷ୍ଟ୍ରଲ ଯୋଗୁଁ ବଢିଥାଏ । କୋଲେଷ୍ଟ୍ରଲ ଯୋଗୁଁ ମେଦବହୁଳତା ବଢିବା ସହ ହୃଦଘାତର ଆଶଙ୍କା ମଧ୍ୟ ଥାଏ । ଆଉ ଲୋକମାନେ ମୋଟାପଣର ଶିକାର ହୋଇଥାନ୍ତି ଏବଂ ମୋଟାପଣକୁ କମାଇବା ପାଇଁ ଏକ୍ସରସାଇଜର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଏକ୍ସରସାଇଜ ପାଇଁ ଯଦି ଆପଣଙ୍କ ପାଖରେ ସମୟର ଅଭାବ ତାହାଲେ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । କୋଲେଷ୍ଟ୍ରଲ ଯୋଗୁଁ ଖାଲି ମୋଟାପଣ କି ହୃଦଘାତର ଆଶଙ୍କା ନୁହେଁ ବରଂ ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ଛାତିରେ ଯନ୍ତ୍ରଣା ଓ ଚାଲିଲେ ପାଦରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ତେଣୁ ଡାଏଟ ଚାଟରେ ଖାଦ୍ୟ ପରିବର୍ତନ ଦ୍ୱାରା ହିଁ ବ୍ୟାଡ କୋଲେଷ୍ଟ୍ରଲକୁ ହଟାଇ ଗୁଡ୍ କୋଲେଷ୍ଟ୍ରଲ ଆଡ କରି ପାରିବେ । ସେଭଳି କିଛି ଖାଦ୍ୟ ନିଜ ଡାଏଟ ଲିଷ୍ଟରେ ଆଡ କରନ୍ତୁ ଏବଂ ସୁସ୍ଥ ଜୀବନ ଜିଅନ୍ତୁ ।
୧. ଓଟ୍ସ- କୋଲେଷ୍ଟ୍ରଲ ହ୍ରାସ କରିବା ପାଇଁ ପ୍ରଥମ ଖାଦ୍ୟ ହେଉଛି ଓଟ୍ସ । ସକାଳ ଜଳଖିଆରେ ଓଟ୍ସ, କଦଳୀ ଓ ଷ୍ଟ୍ରବେରୀ ଖାଇବା ଦ୍ୱାରା ୫ରୁ ୧୦ ଗ୍ରାମ ଫାଇବର ମିଳେ କୋଲେଷ୍ଟ୍ରଲ କମ୍ ହୋଇଥାଏ ।
୨. ଇାର୍ଲି- ଓଟ୍ସ ପରି ବାର୍ଲି ମଧ୍ୟ ଫାଇବରରେ ଭରପୂର । ଏହା ହୃଦଘାତର ଆଶଙ୍କାକୁ କମ୍ କରିଥାଏ ।
୩. ବିନ୍ସ- ବିନ୍ସରେ ପ୍ରଚୁର ମାତ୍ରାରେ ଫାଇବର ଥାଏ । ବିନ୍ସ ଖାଇବା ପରେ ହଜମ ହେବାକୁ କିଛି ସମୟ ଲାଗିଥାଏ । କିନ୍ତୁ ଓଜନ ହ୍ରାସ କରିବାକୁ ହେଲେ ବିନ୍ସ ବହୁତ ଫଳପ୍ରଦ ହୋଇଥାଏ ।
୪. ଭେଣ୍ଡି- ଭେଣ୍ଡିରେ କମ କ୍ୟାଲୋରୀ ଥାଏ ଓ ହାଇ ଫାଇବର ଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ।
୫. ବାଦାମ- ବାଦାମରେ ଚିନାବାଦାମ, ଆଲମଣ୍ଡ, ଅଖରୋଟ ଓ ପେସ୍ତା ସହ ଯେକୌଣସି ବାଦାମ ଖାଇଲେ ବି ସେଥିରେ ଥିବା ପୋଷକ ତତ୍ୱ ହାର୍ଟକୁ ସୁରକ୍ଷିତ ରଖିଥାଏ ।
୬. ଖାଇବା ତେଲ- ରୋଷେଇ ସମୟରେ ବଟର ବ୍ୟବହାର କରିବା ପରିବର୍ତେ ଯଦି ସୂର୍ଯ୍ୟମୁଖୀ ତେଲ କିମ୍ବା ଅଲିଭ୍ ଅଏଲ ବ୍ୟବହାର କରିବେ ତାହାଲେ ଏଥିରେ ବ୍ୟାଡ କୋଲେଷ୍ଟ୍ରଲ କମିଥାଏ ।
୭. ଫଳ- ସେଓ, ଅଙ୍ଗୁର, ଷ୍ଟ୍ରବେରୀ, ସାଇଟ୍ରସ ଫଳରେ ପେକ୍ଟିନ ଭରପୂର ଥିବାରୁ ଏହା କୋଲେଷ୍ଟ୍ରଲକୁ କମ୍ କରିଥାଏ ।
ଏହା ସହ ଆପଣ ଡ୍ରିଙ୍କରେ ଅମୁଲ ଯୁକ୍ତ ଚା ବଦଳରେ ରେଡ ଟି, ଗ୍ରୀନ ଟି ଲେମ୍ବୁ ପାଣି ଭଳି ପାନୀୟ ଆଡ କଲେ ଅଧିକ ଉପକାର ହୋଇଥାଏ ।