ଦେଶରେ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ସନ୍ଦିଗ୍ଧ ମାମଲା ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ସ୍ୱାସ୍ଥ୍ୟ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ ପାଇଁ ପଠାଇଛି। ବ୍ୟକ୍ତିଙ୍କ ନିକଟରେ ମଙ୍କିପକ୍ସର ଲକ୍ଷଣ ଚିହ୍ନଟ ହୋଇଛି । ଯାଞ୍ଚ ପରେ ରିପୋର୍ଟ ଯଦି ପଜିଟିଭ ଆସେ ତେବେ ଏହା ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ହେବ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ସୂଚନା ଦେଇ କହିଥିଲା, ବ୍ୟକ୍ତି ଜଣଙ୍କ ତିନି ଦିନ ପୂର୍ବେ ୟୁଏଇରୁ ଫେରିଥିଲେ । ଏଠାରେ ପହଞ୍ଚିବା ପରେ ହାଠତ ସେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତ, ବ୍ୟକ୍ତିଙ୍କ ନମୂନାକୁ ପୁନେ ସ୍ଥିତ ଏନଆଇଭି ପଠାଯାଇଛି । ରିପୋର୍ଟ ଆସିବା ପରେ ଏହା ଉପରେ ସ୍ପଷ୍ଟ ରୂପେ କିଛି କୁହାଯାଇପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ପଶୁଙ୍କ ଠାରୁ ମଣିଷକୁ ସଂକ୍ରମିତ କରୁଥିବା ଭାଇରାଲ ରୋଗ ।

ଏହାର ଲକ୍ଷଣ ସ୍ମଲପକ୍ସ ପରି ଥାଏ । ଡବ୍ଲୁଏଚଓର କହିବା କଥ ଏହି ଭୂତାଣୁରେ ସଂକ୍ରମିତ ବସ୍ତୁ, ପଶୁ ଏବଂ ମଣିଷର ସଂସ୍ପର୍ଶରେ ଆସିଲେ ଏହି ରୋଗରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥାଏ । ଏହାର ଲକ୍ଷଣ ଶରୀରରେ ଦୁଇରୁ ଚାରି ସପ୍ତାହ ଯାଏଁ ରହିପାରେ।