ବଦଳିବ ବ୍ରିଟିଶ୍ ଅମଳର ୩ ଆଇନ୍

ଦେଶର ଅପରାଧିକ ଆଇନରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ତିନୋଟି ନୂଆ ବିଲ୍ ଆଗତ କରିଛନ୍ତି।

ଭାରତୀୟ ଦଣ୍ଡ ଆଇନରେ ଆସିବ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶର ଅପରାଧିକ ଆଇନରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ତିନୋଟି ନୂଆ ବିଲ୍ ଆଗତ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜର କୋଡ୍ ଏବଂ ଭାରତୀୟ ପ୍ରମାଣ ଆଇନକୁ ଉଚ୍ଛେଦ କରି ବଦଳାଇବାକୁ ପଦକ୍ଷେପ ନେଇଛନ୍ତି। ଆଇପିସି (୧୮୫୭), ସିଆରପିସି (୧୮୫୮), ଭାରତୀୟ ପ୍ରମାଣ ଆଇନ (୧୮୭୨)ରେ ପରିବର୍ତ୍ତନ ଅଣାଯିବ। ଏ ନେଇ ଆଇପିସି, ସିଆରପିସି ଏବଂ ଆଇଇଏ ସଂଶୋଧନ ବିଲ୍ ଆଗତ କରାଯାଇଛି।

ଏହି ବ୍ରିଟିଶ୍ ଅମଳର କାନୁନରେ ୧୮୬୦ରୁ ୨୦୨୩ ଯାଏ ଦେଶ ଚାଲୁଛି। ଦେଶରେ ବ୍ରିଟିଶ୍ ଦ୍ୱାରା ଅପରାଧିକ ନ୍ୟାୟ ବ୍ୟବସ୍ଥା ଚାଲୁଛି। ଲୋକମାନେ ଅଦାଲତଯିବାକୁ ଡରୁଛନ୍ତି, ସେମାନେ ଭାବୁଛନ୍ତି ଅଦାଲତଯିବା ନିଜେ ଏକ ଦଣ୍ଡ। ଭାରତୀୟ ନ୍ୟାୟ ସଂହିତା, ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ପ୍ରତିଷ୍ଠା କରାଯିବ। କ୍ରିମିନାଲ ପ୍ରୋସିଜର ଆକ୍ଟ, ୧୮୯୮ ବଦଳରେ ଭାରତୀୟ ନାଗରିକ ସୁରକ୍ଷା, ୨୦୨୩ ସ୍ଥାନ ନେବ; ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨ ବଦଳରେ ଭାରତୀୟ ସାକ୍ଷୀ ବିଲ୍, ୨୦୨୩ ସ୍ଥାନ ନେବ। ପୂର୍ବରୁ ୫୧୧ଟି ସେକ୍ସନ ଥିବା ବେଳେ ଏବେ ଏଥିରେ ୩୫୬ଟି ସେକ୍ସନ ରହିବ ବୋଲି ଅମିତ ଶାହା ଲୋକସଭାରେ ବିବୃତ୍ତି ଦେଇଛନ୍ତି।