୪ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ୪ଟି ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମୋଦନ କରିଛନ୍ତି ।
ଆଇନରେ ପରିଣତ ହେଲା ଏହି ୪ଟି ବିଲ୍
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ୪ଟି ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମୋଦନ କରିଛନ୍ତି । ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ)ବିଲ୍, ଜନ ବିଶ୍ୱାସ(ବ୍ୟବସ୍ଥା ସଂଶୋଧନ) ବିଲ୍ ଏବଂ ଜାତୀୟ ରାଜଧାନୀ ଅଂଚଳ ଦିଲ୍ଲୀ ସରକାରଙ୍କ (ସଂଶୋଧନ) ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏବେ ଏହା ଆଇନରେ ପରିଣତ ହୋଇଛି । ଏହା ମଧ୍ୟରୁ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍ ଏବଂ ଜାତୀୟ ରାଜଧାନୀ ଅଂଚଳ ଦିଲ୍ଲୀ ସରକାରଙ୍କ (ସଂଶୋଧନ) ବିଲକୁ ବିରୋଧୀ ଦଳଗୁଡିକ ତୀବ୍ର ବିରୋଧ କରିଥିଲେ ।