୩୨.୭ ହଜାର ଟଙ୍କାର ନକଲି ନୋଟ ଜବତ

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୋଲିସ ୩୨ ହଜାର ୭୦୦ ଟଙ୍କାର ନକଲି ନୋଟ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

୨ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୋଲିସ ୩୨ ହଜାର ୭୦୦ ଟଙ୍କାର ନକଲି ନୋଟ ଜବତ କରିବା ସହ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଏହା ସହ ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋବାଇଲ ଫୋନ ଜବତ କରାଯାଇଛି । ଏ ନେଇ ବାଲେଶ୍ୱର ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ସମସ୍ତ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଅଭିଯୁକ୍ତମାନେ ହେଲେ ନୀଳଗିରି ଥାନା ଅନ୍ତର୍ଗତ ସାନ୍ତରାଗଡିଆର ବାସିନ୍ଦା । ଏହି ଘଟଣାରେ ସମ୍ପୃକ୍ତି ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ । ନକଲି ନୋଟ ଛାପିବା ପାଇଁ ସେ ଉନ୍ନତମାନର କାଗଜ ଓ ଭଲ ପ୍ରିଂଟର ବ୍ୟବହାର କରୁଥିଲେ । ମଙ୍ଗଳବାର ଅଭିଯୁକ୍ତ ଜଣକ ନକଲି ୫୦୦ ଟଙ୍କା ଦେଇ ମଦ କିଣିଥିଲେ । ଦୋକାନୀ ଜଣକ ଦୋକାନ ବନ୍ଦ କରିବା ସମୟରେ ଟଙ୍କା ଗଣିବା ସମୟରେ ତାହା ନକଲି ବୋଲି ଜାଣି ପାରିଥିଲେ । ପରେ ପୋଲିସକୁ ଖବର ଦିଆଯଇଥିଲା । ତଦନ୍ତ ବେଳେ ନୀଲଗିରି ପୋଲିସ ନକଲି ନୋଟ ଟେଣ୍ଡର ଧରିଥିବା ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ପଚରାଉଚରା ବେଳେ ସେ ସ୍ୱୀକାର କରିଥିଲେ ଯେ, ସୋରର ଜଣେ ମହିଳା ଏବଂ ଯାଜପୁରର ଜଣେ ବ୍ୟକ୍ତି ତାଙ୍କୁ ଏହି ବ୍ୟବସାୟ ସଂକ୍ରାନ୍ତରେ ଜଣାଇଥିଲେ । ତାଙ୍କ ବୟାନ ଆଧାରରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଉଛି ।