ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା

ଓପିଏସସି ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।

ଓପିଏସସିର ବିଜ୍ଞପ୍ତି ପ୍ରକାଶ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି।

ଓପିଏସସିର ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଆୟୋଗ ୨୦୨୨-୨୩ ର ଆଡଭର୍ଟାଇଜ ନଂ-୧୭ ଅନୁଯାୟୀ ୧୫.୧୦.୨୦୨୩ (ରବିବାର) ରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା, ୨୦୨୨ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପରବର୍ତ୍ତୀ ସମୟରେ ଉକ୍ତ ପରୀକ୍ଷାର ବିସ୍ତୃତ ବିବରଣୀ ସମ୍ପର୍କରେ ଅବଗତ କରାଯିବ ବୋଲି ଆୟୋଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଓପିଏସସି ପକ୍ଷରୁ ଏ ସଂକ୍ରାନ୍ତରେ ଅଧିକ ସୂଚନା ପାଇଁ http://opsc.gov.in ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି।