ତେଜସ କୋଚରେ ଚାଲିବ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱରରୁ ସମସ୍ତ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ ରାଜଧାନୀ ଏକ୍ସପ୍ରେସ ଭାବେ ଚାଲିବ।

ତେଜସ କୋଚରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ

ଭୁବନେଶ୍ବର: ତେଜସ୍ କୋଚ୍ ବିଶିଷ୍ଟ ରାଜଧାନୀ ଏକ୍ସପ୍ରେସ, ଯାହା ଉନ୍ନତ ସୁବିଧା ପ୍ରଦାନ କରୁଛି, ଭୁବନେଶ୍ୱର ରେଳ ଷ୍ଟେସନରୁ ୨୦୨୩ ଅଗଷ୍ଟ ୧୯ ତାରିଖରୁ କେବଳ ସମ୍ବଲପୁର ଦେଇ ଏହାର ନିୟମିତ ସେବା ଆରମ୍ଭ କରିଥିଲା। ଏବେ ଏହି ତେଜସ୍ କୋଚ ସହିତ ଆସନ୍ତା ଅଗଷ୍ଟ ୩୦ରୁ ଚାଲିବ। ଭୁବନେଶ୍ୱରରୁ ସମସ୍ତ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ ରାଜଧାନୀ ଏକ୍ସପ୍ରେସ ଭାବେ ଚାଲିବ।

୨୨୮୧୧/୨୨୮୧୨ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ବୁଧବାର ଓ ରବିବାର ଦିନ ଭୁବନେଶ୍ୱରରୁ ବାହାରି ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ବାହାରିଥିବା ଅଗଷ୍ଟ ୩୦ ତାରିଖରୁ ଭୁବନେଶ୍ୱରରୁ ଏବଂ ସେପ୍ଟେମ୍ବର ପହିଲାରୁ ନୂଆଦିଲ୍ଲୀରୁ ତେଜସ୍ କୋଚ୍ ରହିବ।

ସେହିପରି ୨୨୮୨୩/୨୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରୁ ବାହାରି ମଙ୍ଗଳବାର, ବୁଧବାର, ଗୁରୁବାର ଓ ରବିବାର ନୂଆଦିଲ୍ଲୀରୁ ବାହାରିଥିବା ବେଳେ ଉଭୟ ଦିଗରୁ ୩୧ ଅଗଷ୍ଟ ୨୦୨୩ରୁ ତେଜସ୍ କୋଚ୍ ରହିବ।

ତେଜସ୍ କୋଚ୍ ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ। ତେଜସ୍ କୋଚ୍ ଗୁଡ଼ିକରେ ଇଲେକ୍ଟ୍ରୋ-ନ୍ୟୁମେଟିକ୍ ସହାୟକ ବ୍ରେକ୍, ସ୍ୱୟଂଚାଳିତ ପ୍ରବେଶ ପ୍ଲଗ୍ ଟାଇପ୍ ଡୋର୍, ସିଟରେ ପୁନଃ ଡିଜାଇନ୍ ହୋଇଥିବା ଇ-ଲେଦର ଅପହୋଲଷ୍ଟ୍ରି, ଜୈବ ଶୌଚାଳୟ, ଯାତ୍ରୀ ସୂଚନା ବ୍ୟବସ୍ଥା ଏବଂ ଡିଜିଟାଲ୍ ଡେଷ୍ଟିନେସନ୍ ବୋର୍ଡ, ଅଗ୍ନି ଏବଂ ଧୂଆଁ ଚିହ୍ନଟ ବ୍ୟବସ୍ଥା, ସିସିଟିଭି କ୍ୟାମେରାର ବ୍ୟବସ୍ଥା, ଭବିଷ୍ୟତର ଲୁକ୍ ପ୍ରଦାନ କରୁଥିବା ନୂତନ ଆଭ୍ୟନ୍ତରୀଣ ଏବଂ ବାହ୍ୟ ରଙ୍ଗ ଯୋଜନା ସହିତ ଉନ୍ନତ ସୌନ୍ଦର୍ଯ୍ୟ, ସମନ୍ବିତ ବ୍ରେଲ୍ ଡିସପ୍ଲେ ଏବଂ ଅନ୍ୟାନ୍ୟ ଯାତ୍ରୀ ସୁବିଧା ପ୍ରଦାନ କରିବ।