ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ

ଅପରାଧ ରୋକିବା ଏବଂ ଚିହ୍ନଟ କରିବା ପାଇଁ ସହଭାଗିତା ଅଭିଯାନ ଆରମ୍ଭ କରିଛି କମିଶନରେଟ ।

ଅପରାଧିଙ୍କ ଉପରେ ନଜର ରଖିବ କ୍ୟାମେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ଘଟଣା ହ୍ରାସ କରିବା ପାଇଁ ଟ୍ୱିନ ସିଟି ପୋଲିସ କମିଶନରେଟର ନୂତନ ପଦକ୍ଷେପ । ଅପରାଧ ରୋକିବା ଏବଂ ଚିହ୍ନଟ କରିବା ପାଇଁ ସହର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସହଭାଗିତା ଅଭିଯାନ ଆରମ୍ଭ କରିଛି କମିଶନରେଟ ।
କଟକ ଓ ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ୨୦୨୨ ଜୁଲାଇ ମାସରେ କଟକ ସହରାଂଚଳରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା ରହିଛି । ରାଜଧାନୀର ଦୋକାନୀ, ବ୍ୟାଙ୍କ, ଗହଣା ଦୋକାନ ମାଲିକ, ହୋଟେଲ ଓ ବିଭିନ୍ନ ସପିଂ ମଲ କର୍ତୃପକ୍ଷ ସିସିଟିଭି କ୍ୟାମେରା ଲଗାଇବା ସହ ସେମାନଙ୍କ ଆଇପି ଠିକଣା ପୋଲିସ ସହ ଲିଙ୍କ କରିବାକୁ ଟ୍ୱିନ ସିଟି କମିଶନର ନିବେଦନ କରିଛନ୍ତି । ପ୍ରତିଷ୍ଠାନ ବାହାରେ ହେଉଥିବା ଗତିବିଧି ଉପରେ ନଜର ରଖିବା ପାଇଁ ଅତିକମରେ ଗୋଟିଏ ସିସିଟିଭି କ୍ୟାମେର ରାସ୍ତାରେ ଲଗାଇବା ଦରକାର । ସିସିଟିଭି କ୍ୟାମେରାର ଫୁଟେଜକୁ ଗୋପନୀୟ ରଖାଯିବ । ଏହା ସହ ଅଧିକ ସୂଚନା ପାଇଁ ପ୍ରତିଷ୍ଠାନଗୁଡିକ ସେମାନଙ୍କ ସ୍ଥାନୀୟ ଆଇଆଇସିଙ୍କ ସହ ୯୪୩୯୨୨୪୪୪୧କୁ କଲ କରି ଯୋଗାଯୋଗ କରି ପାରିବେ ।