ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ତାରିଖ ଓ ସୂଚୀ ଘୋଷଣା

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପାଇଁ ତାରିଖ ଓ ସୂଚୀ ଘୋଷଣା କରାଯାଇଛି ।

ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା

କଟକ,୭/୯: ରାଜ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପାଇଁ ତାରିଖ ଓ ସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୪ ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବ । ଦିନ ୧୦ଟାରୁ ୧୨.୩୦ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ପୂର୍ବାହ୍ଣ ୧.୩୦ରୁ ୪ଟା ଯାଏ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ । ପରୀକ୍ଷାର ପ୍ରଥମ ଦିନ ଅର୍ଥାତ ୪ ତାରିଖରେ ପ୍ରଥମ ସିଟିଂରେ ଓଡିଆ, ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବାକୁ ଥିବା ବେଳେ ୫ ତାରିଖରେ ପ୍ରଥମ ସିଟିଂରେ ଗଣିତ, ୬ ତାରିଖରେ ପ୍ରଥମ ସିଟିଂରେ ବିଜ୍ଞାନ ଏବଂ ୭ ତାରିଖରେ ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ ଓ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ।