ବିଜେଡିକୁ ଟାର୍ଗେଟ ସୌମ୍ୟରଞ୍ଜନଙ୍କ ଅସ୍ଥିରତାର ଲକ୍ଷଣ: ଅରୁଣ

ସୌମ୍ୟରଞ୍ଜନଙ୍କୁ ଗଣମାଧ୍ୟମ ସାମନାରେ ଅରୁଣ କଡା ସମାଲୋଚନା କରିଛନ୍ତି ।

ସୌମ୍ୟଙ୍କୁ ଅରୁଣଙ୍କ ପ୍ରଶ୍ନ ବାଣ

ଭୁବନେଶ୍ୱର,୭/୯: ଖଣ୍ଡପଡା ବିଧାୟକ ତଥା ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଅନେକ ସମୟରେ ବିଜେଡିକୁ ସମାଲୋଚନା କରିଛନ୍ତି । ସିଧା ଟାର୍ଗେଟ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ । ତେବେ ଏ ସମ୍ପର୍କରେ ନୟାଗଡ ବିଧାୟକ ଅରୁଣ ସାହୁ ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖିଛନ୍ତି । ସୌମ୍ୟରଞ୍ଜନଙ୍କୁ କଡା ସମାଲୋଚନା କରିଛନ୍ତି ଅରୁଣ । ଅରୁଣ କହିଛନ୍ତି, ସୌମ୍ୟରଞ୍ଜନ ହାରାହାରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ । ତେବେ ମନ୍ତ୍ରୀ ପଦ ନମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୁଦ୍ଧରେ କହିଛନ୍ତି । ସମାଜସେବା କଥା କହୁଥିବା ଗତ ୪ ବର୍ଷ ୪ ମାସ ଭିତରେ ସୌମ୍ୟରଞ୍ଜନ ଖଣ୍ଡପଡାରେ କଣ ସେବା କରିଛନ୍ତି ସେ ସମ୍ପର୍କରେ ନିର୍ବାଚନମଣ୍ଡଳୀର ଲୋକଙ୍କୁ ପଚାରିଲେ ଲୋକ କହିବେ। ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ କରିବା ହେଉଛି ସୌମ୍ୟରଞ୍ଜନଙ୍କ ଅସ୍ଥିରତାର ଲକ୍ଷଣ । ଦଳକୁ ସୌମ୍ୟରଞ୍ଜନ ବ୍ଲାକମେଲ୍ କରୁଥିବା ସେ ଅଭିଯୋଗ କରିଛନ୍ତି ।