ଦୁର୍ବଳ ହେଉଛି ଲଘୁଚାପ, ୨୧ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ

ଭୁବନେଶ୍ୱର: ଉପକୂଳ ଓଡିଶା ଅଞ୍ଚଳରେ ଥିବା ଲଘୁଚାପ କ୍ରମଶଃ ଦୁର୍ବଳ ହେଉଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଭାରତକୁ ମୁହାଁଇପାରେ । ସୋମବାର କିଛି ସ୍ଥାନରେ ବର୍ଷା ହୋଇପାରେ ।

ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ତେବେ ୧୯ ଓ ୨୦ ତାରିଖରେ ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚ୍‌ଆର ବିଶ୍ୱାସ କହିଛନ୍ତି।

ଏବେ ରାଜ୍ୟରେ ସ୍ୱଳ୍ପ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୧୮ରୁ ୨୦ ଯାଏ ରାଜ୍ୟରେ ହାଲୁକାରୁ ସ୍ୱଳ୍ପ ପରିମାଣର ବର୍ଷା ହେବ । ୨୧ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ । ୨୩ରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ ।