କମୁନି ଜନ ଆକ୍ରୋଶ, ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ସ୍ଥିତି ଲାଗୁ

ନୂଆଦିଲ୍ଲୀ: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ପରେ ମଧ୍ୟ ଜନତାଙ୍କ ଆକ୍ରୋଶ କମିନାହିଁ । ସେମାନେ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି । ଏହାମଧ୍ୟରେ କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ସୋମବାର ଦେଶରେ ପୁଣି ଜରୁରୀକାଳିନ ସ୍ଥିତି ଲାଗୁ କରିଛନ୍ତି ।

ରିପୋର୍ଟ ଅନୁସାରେ, ଗୋଟବାୟା ଦେଶ ଛାଡିବା ପରେ ଜନତା ଏବେ ନୂଆ ଦାବି କରୁଛନ୍ତି । ରାଷ୍ଟ୍ରପତି ପଦ ବ୍ୟବସ୍ଥା ଶେଷ କରିବାକୁ ସେମାନେ କହୁଛନ୍ତି । ପୂର୍ବରୁ ଲୋକେ ରାଷ୍ଟ୍ରପତି ଭବନ ମଧ୍ୟକୁ ପଶିଯାଇଥିଲେ । ଏହାସହ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମଧ୍ୟ କବଜା କରିନେଇଥିଲେ । ବିକ୍ରମସିଙ୍ଘେଙ୍କ ଘରକୁ ପ୍ରଦର୍ଶନକାରୀମାନେ ଜାଳିଦେଇଥିଲେ ।